୭୭ତମ ଗଣତନ୍ତ୍ର ଦିବସ: ଅତୀତକୁ ପ୍ରତିଫଳିତ କରି, ଏକ ଆତ୍ମନିର୍ଭରଶୀଳ ଭାରତର ଭବିଷ୍ୟତ ନିର୍ମାଣ

EDITORIAL

ରାଜେଶ କୁମାର ମହାନ୍ତି

1/10/20261 min read

ସମ୍ବିଧାନ ଭାରତକୁ ସମାଜତା, ସ୍ୱାଧୀନତା, ନ୍ୟାୟ ଓ ଭାଗବାଲାର ମୂଲ୍ୟବୋଧ ଉପରେ ଭିତ୍ତି କରି ଗଢ଼ିବାର ଆଦର୍ଶ ଦେଇଛି। ମୌଳିକ ଅଧିକାର ନାଗରିବଙ୍କୁ ରାଜ୍ୟର ଅନାବଶ୍ୟକ ହସ୍ତକ୍ଷେପରୁ ସୁରକ୍ଷା ଦେଇଥାଏ, ଯେତେବେଳେ ନୀତିନିର୍ଦ୍ଦେଶକ ସିଦ୍ଧାନ୍ତ ରାଜ୍ୟକୁ ସାମାଜିକ ନାୟ ଓ କନ୍ୟାଣର ପଥରେ ଆଗକୁ ନେବାର ଦିଗନିର୍ଦେଶ ଦେଇଥାଏ। ମୌଳିକ କର୍ଭବା ଲାଗରିକଙ୍କୁ ସ୍ମରଣ କରାଏ ଯେ, ଅଧିକାର ସହ କଉଁବା ଅବିଚ୍ଛିନ୍ନ |

ସ୍ୱାଧୀନତା ସଂଗ୍ରାମର ଶିକ୍ଷା : ଭାରତୀୟ ଗଣତନ୍ତ୍ର ରକ୍ତହୀନ ଭାବେ ଆସିନ‌ଥିଲା। ଏହାର ପଛରେ ଅଛି ଦୀର୍ଘ ସଂଘର୍ଷ, ଅସଂଖ୍ୟା ବଳିଦାନ ଓ ଅଟୁଟ ଆପ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟାଗ୍ରହ ଭାରତକୁ ଏକ ନୈତକ ଶନ୍ତ୍ର ଦେଇଥିଲା। କବାହରଲାଲ ନେହେରୁ ଭାରତକୁ ଆଧୁନିକତା, ବିଜ୍ଞାନ ଓ ଗଣତନ୍ତ୍ରୀୟ ସଂସ୍ଥାଗତ ବିକାଶର ପଥରେ ଆଗେଇ ନେଇଥିଲେ। ସୁଭାଷଚନ୍ଦ୍ର ବୋସ ଭାରତୀୟ ଜାତୀୟତାବାଦକୁ ଏକ ନୂତନ ଉତ୍ସାହ ଦେଇଥିଲେ। ଭଗତ ସିଂହଙ୍କ ବଳିଦାନ ଯୁବପିଢ଼ୀକୁ ସଚେତନ କରିଥିଲା ।

ଏହି ସମସ୍ତ ସଂଘର୍ଷର ମୂଳ ଶିକ୍ଷା ହେଉଛି-ସ୍ୱାଧୀନତା କେବଳ ଏକ ରାଜନୈତିକ ଅବସ୍ଥା ନୁହେଁ, ଏହା ଏକ ଦାୟିତ୍ଵ ଗଣଶ୍ଵର ଚାଲେଞ୍ଜ ଓ ସଫଳତା : ୭୨ ବର୍ଷର ଗଣତନ୍ତ୍ରୀୟ ଯାତ୍ରାରେ ଭାରତ ଅନେକ ସଫଳତା ଅର୍ଜନ କରିଛି । ନିୟମିତ ନିର୍ବାଚନ, ସତ୍ତା ପରିବର୍ଧନ, ସ୍ୱାଧୀନ ନ୍ୟାୟପାଳିକା, ସକ୍ରିୟ ସିଭିଲ ସେସାଇଟି- ଏହା ସବୁ ଭାରତୀୟ ଗଣତନ୍ତ୍ରର ଶକ୍ତି | କିନ୍ତୁ ସେହି ସହିତ ଚାଲେଞ୍ଜ ମଧ୍ୟ ଅଛି। ରାଜନୈତିକ ଧ୍ରୁବୀକରଣ, ଭୁଲ ସୂଚନା, ଆର୍ଥିକ ଅସମତା, ଶାସନ ବ୍ୟବସ୍ଥାର ଅପର୍ଯ୍ୟାପ୍ତତା ଏହା ସବୁ ଗଣତତ୍ତ୍ୱ ପାଇଁ ପରୀକ୍ଷା।

ଆତ୍ମନିର୍ଭର ଭାରତ: ସ୍ଵପ୍ନ ନୁହେଁ, ଆବଶ୍ୟକତା ଆତ୍ମନିର୍ଭର ଭାରତ ଧାରଣା ଆଜିର ସମୟର ଆବଶ୍ୟକତା | ବିଶ୍ଵ ଅର୍ଥନୀତିର ଅସ୍ଥିରତା ଆମକୁ ଶିଖାଇଛି ଯେ, ଆତ୍ମବଳ ଓ ଆତ୍ମବିଶ୍ଵାସ ବିନା ଦୀର୍ଘମ୍ୟାଦୀ ଉନ୍ନତି ସମ୍ଭବ ନୁହେଁ। କୃଷିରୁ ଆରମ୍ଭ କରି ଉଚ୍ଚ ପ୍ରଯୁକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସ୍ଵାବଳମ୍ବନ ଆବଶ୍ୟକା ଯୁବଶକ୍ତି, ଶିକ୍ଷା ଓ ନୂତନତା ଭାରତର ଯୁବପିଢ଼ୀ ଆତ୍ମନିର୍ଭର ଭାରତର ମୂଳ ଆଧାର ଗୁଣାତ୍ମକ ଶିକ୍ଷା, କୌଶଳ ବିକାଶ, ଗବେଷଣା ଓ ନୂତନତା ଉପରେ ନିବେଶ ବଢ଼ିଲେ ଭାରତ ବିଶ୍ବର ନେତୃତ୍ବ ନେଇପାରିବା ସାମାଜିକ ସମରସତା ଓ ଜାତୀୟ ଏକତା ଭାରତର ଶକ୍ତି ତାହାର ବିବିଧତାରେ ଅଛି। ଧର୍ମ, ଭାଷା, ଜାତି ଓ ସଂସ୍କୃତିର ଭିନ୍ନତାକୁ ସମ୍ମାନ ଦେଇ ଏକତାର ସୂତ୍ରରେ ବାନ୍ଧି ରଖିବା ଗଣତନ୍ତ୍ରର ମୂଳ ଆଧାର ମାଧ୍ୟମ, ସିଭିଲ ସୋସାଇଟି ଓ ଦାୟିତ୍ବ ସ୍ଵାଧୀନ ଓ ଦାୟିତୃଶୀଳ ମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସତ୍ୟ, ସମତୁଳନ ଓ ଲୋକହିତ ଯଦି ମାଧ୍ୟମର ମୂଳ ମନ୍ତ୍ର ରହେ, ତେବେ ଗଣତନ୍ତ୍ର ଆହୁରି ସଶକ୍ତ ହୁଏ | ଗଣତନ୍ତ୍ର ଏକ ଅବିରତ ଯାତ୍ରା

୭୭ତମ ଗଣତନ୍ତ୍ର ଦିବସ ଆମକୁ ସ୍ମରଣ କରାଏ ଯେ, ଗଣତନ୍ତ୍ର କେବଳ ଏକ ପ୍ରଣାଳୀ ନୁହେଁ ଏହା ଏକ ଜୀବନ ଦର୍ଶନା ଅତୀତର ତ୍ୟାଗ, ବର୍ତ୍ତମାନର ସଚେତନ‌ତା ଓ ଭବିଷ୍ୟତର ସଙ୍କଳ୍କ ମଧ୍ୟରେ ସମନ୍ଵୟ ରହିଲେ ଏକ ସତ୍ୟ ସାର୍ଥକ, ଆତ୍ମନିର୍ଭର ଓ ସଶକ୍ତ ଭାରତ ଗଢ଼ିଉଠିବ।

ଜୟ ହିନ୍ଦ
ଜୟ ଭାରତ

ଗଣତତ୍ତ୍ଵ ଦିବସ ଭାରତର ଜାତୀୟ ଜୀବନରେ ଜେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ଏହା ଏକ ଆତ୍ମସମୀକ୍ଷାର ଦିନ ପ୍ରତିବର୍ଷ ୨୬ ଜାନୁଆରୀରେ ଦେଶ ତାହାର ସଂବିଧାଳୀୟ ଯାତ୍ରାକୁ ସ୍ମରଣ କଲେ, ନିଜ ସଫଳତା ଓ ବିଫଳତାକୁ ପୁନଃଭ୍ୟାସର କରେ, ଏବଂ ଆଗାମୀ ଦିନ ପାଇଁ ନୂତନ ସକଳ୍ପ ନେଇଥାଏ। ୭୭ତମ ଗଣତନ୍ତ୍ର ଦିବସ ଏକ ଅର୍ଥରେ ଅଙ୍ଗାଳ ଗୁରୁତ୍ଵପୂର୍ଣ କାରଣ ଏହା ଆମକୁ ଅତୀତର ଆଲୋକରେ ଭବିଷ୍ୟତକୁ ଦେଖିବାର ସୁଯୋଗ ଦେଉଛି!

ଭାରତ ଆଜି ଏକ ସଂକ୍ରାଜିଳାନ ମଧ୍ୟରେ ଅଛି I ଆର୍ଥିକ, ସାମାଜିକ, ରାଜନୈତିକ ଓ ପ୍ରଯୁକ୍ତନ ମାଳଚିତ୍ରରେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେନି ସନିତ ଅସମତା, ବେକାରି, ସାମାଜିକ ତଣାପୋଡ଼, ପରିବେଶ ସଙ୍କଟ ଓ ଲୋକତନ୍ତ୍ରୀୟ ମୂଲ୍ୟବୋଧର ସୁରକ୍ଷା ଭଳି ଚ୍ୟାଲେଞ୍ଜ ମଧ୍ୟ ସମ୍ମୁଖୀଳା ଏହି ପରିପ୍ରେକ୍ଷିତରେ ୭୭ତମ ଗଣତନ୍ତ୍ର ଦିବସ ଆମକୁ ପ୍ରଶ୍ନ କରିବାକୁ ବାଧ୍ୟ କରେ ଆମେ କେଉଁଠି ଥିଲୁ, କେଉଁଠି ପହଞ୍ଚିଛୁ ଓ କେଉଁ ଦିଗକୁ ଯାଉଛୁ?

ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ଆତ୍ମା : ୨୬ ଜାନୁଆରୀ ୧୯୫୦ ଦିନ ଭାରତ ନିଜକୁ କେବଳ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ନୁହେଁ, ଏକ ସଂବିଧାନସମ୍ମତ ଗଣତତ୍ତ୍ଵ ଭାବେ ପୂନଃପରିଭାଷିତ କରିଥିଲା। ଚ୍. ବି.ଆଉ. ଆମ୍ବେଦକରଙ୍କ ନେତୃତ୍ବରେ ରଚିତ ଭାରତୀୟ ସମ୍ବିଧାନ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନ କିନ୍ତୁ ଏହାର ମଳରୁ ତାହାର ପରିମାଣରେ ନୁହେଁ, ବରଂ ତାହାର ଦର୍ଶନରେ ଅଛି।

Don't miss out on exclusive news related to Shree Jagannath Culture

Subscribe to our Newsletter

Postal Registration No.- PURI/45/2022-24

CBC Code No.- 320402

Copyright ©2023 . Shree Shrikhetra Soochana Newspaper, All Rights Reserved.

Rajesh Kumar Mohanty
(Editor & Publisher)

Shree Shrikshetra Soochana Newspaper
Raghunath Bhavan, Narendra Kona
Puri, 752001, Odisha, India

Contact

RNI Registration No.- ODIBIL/2021/81452