ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସମ୍ବାଦପତ୍ରର | ଚତୁର୍ଥ ସ୍ବନକ୍ଷତ୍ର ଉତ୍ସବ

EDITORIAL

ରାଜେଶ କୁମାର ମହାନ୍ତି

2/1/20261 min read

ବିନା ରାଜନୈତିକ ଦଳ ସମର୍ଥନ ରେ ନିରପେକ୍ଷ ରହିବା ପାଇଁ ପ୍ରୟାସ କରିଛୁ । ସଂକଳ୍ପବଦ୍ଧ ହୋଇଛୁଯେ ଆମେ ଅରୁଚିକର ଚିତ୍ର କି ହତ୍ୟା - ଧର୍ଷଣ ଭଳି ସମ୍ବାଦ ପ୍ରକାଶ କରି ପାଠକଙ୍କୁ ଭାରାକ୍ରାନ୍ତ କରିବୁଳି| ଆଜିର ସ୍ୱନକ୍ଷତ୍ର ଦିବସରେ ଏହି ସମ୍ବାଦପତ୍ର ର ଜନ୍ମ ଠାରୁ ଏଯାଏଁ ସହଯୋଗ ଦେଇଥିବା ସମସ୍ତ ଅଗ୍ରଜ, ସମ୍ବାଦପତ୍ର କୁ ବଞ୍ଚାଇ ରଖିବାକୁ ସହଯୋଗ ଦେଇଥିବା ସମସ୍ତ ଲେଖକ ଓ ବିଜ୍ଞାପନ‌ଦାତା, ଏହାର ପ୍ରଚାର ପ୍ରସାର ରେ ସହଯୋଗ ଦେଇଥିବା ସମସ୍ତ ଗଣମାଧ୍ୟମଙ୍କୁ ଧନ୍ୟବାଦ ଜଣାଉଛି ଓ ଆଶା ରଖୁଛି ଆପଣମାନେ ବିଶେଷକରି ପାଠକମାନେ ଏହି ସମ୍ବାଦପତ୍ର କୁ ଆର୍ଶିବାଦ ଦେବେ। ଆଜି ଏକ ସାହାସିକ ପଦକ୍ଷେପ ନେଇ ହେଉଥିବା, ’ ଜନ ହିତ ଅବା ରାଜନୈତିକ ହିତ ପାଇଁ ? ଭାରତୀୟ ଗଣମାଧ୍ୟମ ସ୍ୱାଧୀନତାର ପୁନଃ ବ୍ୟାଖ୍ୟା ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଓ ଚତୁର୍ଥ ସ୍ଵନକ୍ଷତ୍ରରେ ଯୋଗଦେଇଥିବା ସମସ୍ତ ଅତିଥିମାନଙ୍କୁ ପ୍ରଣାମ କରୁଛି । ଶ୍ରୀଜଗନ୍ନାଥ ତଥା ଆପଣମାନଙ୍କ ଆର୍ଶିବାଦରେ ଏହି ସମ୍ବାରୂପତ୍ର ଆହତ କି ନିହତ ନହୋଇ ଶତାୟୁ ହେଉ, ଏହି ନିବେଦନ ରଖୁଛି

ପରାଧୀନ ଭାରତବର୍ଷରେ ସ୍ବାଧୀନତା ଆଣିବା ପାଇଁ ସେ ସମୟରେ କେତେ’ଯେ ସମ୍ବାଦପତ୍ର ଓ ଗଣମାଧ୍ୟମ ବ୍ୟକ୍ତିତ୍ଵ, ବିଟ୍ରିଶ୍ ଶାସକଙ୍କ ଚାବୁକମାତ ଖାଇଥିଲେ ତାହା ଏବେ ବି ଏ ଜାତି ସ୍ମରଣ ରଖୁଛି। ବିଟ୍ରିଶରାଜ୍ ବିରୁଦ୍ଧରେ ମିଳିତ ସ୍ବର ଉଠାଇବା ପାଇଁ, ଜନ ଅସନ୍ତୋଷ କୁ ସମଗ୍ର ଭାରତ ର ଜନଗଣଙ୍କ ପାଖରେ ପହଞ୍ଚାଇବାକୁ କେତେ’ଯେ ସମ୍ବାଦପତ୍ର ମାଲିକ ଓ ସାମ୍ବାଦିକ ରାତି ଅଧରେ -ଛଦ୍ମ ବେଶରେ ସାହାସ୍ କରିଥିବେ, ତାହା ଇତିହାସ ରେ ଲିପିବଦ୍ଧ ଅଛି। ତାହାରି ଭିତରେ ସମ୍ବାଦପତ୍ର ପାଇଁ ହୋଇଛି ଅନେକ ଆଇନ ସମ୍ବିଧାନ ଆମକୁ ସ୍ଵାଧୀନତା ଦେଇଛି | ପ୍ରେସ କାଉନସିଲ ଗଠନ ହୋଇଛି | ସେଇ

ମହାମନିଷୀମାନଙ୍କ ଅନ୍ୟମ ଉଦ୍ୟମ ରେ ଦେଶ ହୋଇଛି ସ୍ଵାଧନ ଓ ଉତ୍କଳ ହୋଇଯାଇଛି ଓଡ଼ିଶା। ଏହା ଭିତରେ ଆମେ ସ୍ବାଧ୍ୱନତା ର ୨୮ ବର୍ଷ ଓ ପ୍ରଥମ ଭାଷାଭିଭିକ ରାଜ୍ୟ ଓଡ଼ିଶା ପ୍ରତିଷ୍ଠା ର ୮୯ ବର୍ଷ ଅତିକ୍ରମ କରିସାରିଛେ । ପାଲା, ଦାସକାଠିଆ, ଘୋଡ଼ା ନାଚ ରୁ ଆରମ୍ଭହୋଇଥିବା ଗଣମାଧ୍ୟମ ଓ ଗଣଯୋଗାଯୋଗ ଏବେ ଆକାଶଛୁଆଁ। ଏବେ ଭାରତରେ ୬୭୦୦ ରୁ ଊଦ୍ଧ ସମ୍ବାଦପତ୍ରା ଓଡ଼ିଶାରେ ଶହେରୁ ଊଦ୍ଧି ସମ୍ବାଦପତ୍ର | ୧୦ରୁ ଉର୍ଦ୍ଧ୍ବ ଚ୍ୟାନେଲ ଓ ଅନେକ ୟୁଟ୍ୟୁବ ଚ୍ୟାନେଲ । ଅନେକ ସମୟରେ ଆଲୋଚନା ହୁଏ, ଆଜିର ଗଣମାଧ୍ୟମ ଆଉ ଗଣମାଧ୍ୟମ ହୋଇନାହିଁ| ଶହେରୁ ୯୯ ଗଣମାଧ୍ୟମ ଏବେ ବିଭିନ୍ନ ରାଜନୈତିକ ଦଳ କବଳରେ, ଯଦ୍ୱାରା ଅନେକ ଘଟଣାର ପ୍ରକୃତ ସତ୍ୟ ଜନଗଣଙ୍କ ପାଖରେ ପହଞ୍ଚିପାରୁନାହିଁ। ଅନେକ ମଧ୍ୟ କୁହନ୍ତି, ଗଣମାଧ୍ୟମ ଯୋଗୁଁ ଆମ ଭାଷା ଅସୁରକ୍ଷିତ ହେବାକୁ ଯାଉଛି I ଅନେକ କହୁଛନ୍ତି ସରକାରଙ୍କ ଯୋଜନା, ଘୋଷଣା କି ଜନଗଣଙ୍କ ସମସ୍ୟା ଖବର ଠାରୁ ହତ୍ୟା - ଧର୍ଷଣ ର ଖବର, ଜନଗଣଙ୍କୁ ଭାରାକ୍ରାନ୍ତ କରୁଛି । ଏସବୁ ଆଲୋଚନା - ସମାଲୋଚନା ଭିତରେ ଓଡ଼ିଶାର ଭଲଖବର ବିଶେଷକରି ପୁରୀ ର ସମସ୍ୟା ଓ ବିକାଶ କଥା, ଜନଗଣ, ପ୍ରଶାସନ ଓ ସରକାରଙ୍କ ଠାରେ ପହଞ୍ଚାଇବାର ସଂକଳ୍ପ ଧରି ଏହି ସମ୍ବାଦପତ୍ର ଆଜିକୁ ଠିକ୍ ଏହି ଦିନରେ ଜନ୍ମ ନେଇଥିଲା ବିଶ୍ଵଦେବତା ଶ୍ରୀଜଗନ୍ନାଥଙ୍କ ମାଟିରେ | ଏଇ ବର୍ଷକ ମଧ୍ୟରେ ଆମେ ସମ୍ବାଦ ର ମାନ ରଖିବା ପାଇଁ ଚେଷ୍ଟା କରିଛୁ ।

Don't miss out on exclusive news related to Shree Jagannath Culture

Subscribe to our Newsletter

Postal Registration No.- PURI/45/2022-24

CBC Code No.- 320402

Copyright ©2023 . Shree Shrikhetra Soochana Newspaper, All Rights Reserved.

Rajesh Kumar Mohanty
(Editor & Publisher)

Shree Shrikshetra Soochana Newspaper
Raghunath Bhavan, Narendra Kona
Puri, 752001, Odisha, India

Contact

RNI Registration No.- ODIBIL/2021/81452