୧୨ ବର୍ଷର ଯାତ୍ରା: ବିଶ୍ବ ଦରବାରରେ ଭାରତୀୟ ବୈଦେଶିକ ନୀତିର ବିଜୟଗାଥା
ରାଜେଶ କୁମାର ମହାନ୍ତି
5/1/20261 min read


ଆକ୍ଟ ଇଷ୍ଟରୁ ଇଣ୍ଡୋ-ପାସିଫିକ ପର୍ଯ୍ୟନ୍ତ :ପୂର୍ବ ଏସିଆ ସହ ଭାରତର ସମ୍ପର୍କକୁ ଅଧିକ ଗତିଶୀଳ କରିବା ପାଇଁ "Look East Policy" କୁ "Act East Policy" ରେ ପରିଣତ କରାଗଲା| ଆସିଆନ ଦେଶମାନଙ୍କ ସହ ଅର୍ଥନୈତିକ, ସାଂସ୍କୃତିକ ଓ ସାମରିକ ସମ୍ପର୍କର ବିସ୍ତାର ଘଟିଲା ।
ଜାପାନ ସହ କୌଶଳଗତ ସହଯୋଗ, ଅଷ୍ଟ୍ରେଲିଆ ସହ ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ସମ୍ପର୍କ, ଏବଂ ଆମେରିକା ସହ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସହଯୋଗ ଭାରତକୁ ଏହି ଅଞ୍ଚଳର ଏକ ମୁଖ୍ୟ ଶକ୍ତିରେ ପରିଣତ କରିଛି।
"QUAD" ମଞ୍ଚରେ ଭାରତର ସକ୍ରିୟ ଭୂମିକା ଭାରତର କୌଶଳଗତ ଦୃଷ୍ଟିକୋଣକୁ ସ୍ପଷ୍ଟ କରିଛି। ଇଣ୍ଡୋ-ପାସିଫିକ ଅଞ୍ଚଳରେ ମୁକ୍ତ, ଉନ୍ମୁକ୍ତ ଓ ନିୟମ-ଆଧାରିତ ବ୍ୟବସ୍ଥା ପାଇଁ ଭାରତର ଭୂମିକା ଆଜି ବିଶ୍ବ ଦ୍ବାରା ସ୍ବୀକୃତ ଆମେରିକା ସହ ସମ୍ପର୍କ; ଏକ ନୂତନ ଶିଖର:ଗତ ୧୨ ବର୍ଷ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ଅଭୂତପୂର୍ବ ଭାବେ ଶକ୍ତିଶାଳୀ ହୋଇଛି | ପ୍ରତିରକ୍ଷା, ପ୍ରଯୁକ୍ତି, ବାଣିଜ୍ୟ, ମହାକାଶ ଏବଂ ଉର୍ଜା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ିଛି |
ଭାରତ ଆଜି ଆମେରିକା ପାଇଁ କେବଳ ଏକ ମିତ୍ର ଦେଶ ନୁହେଁ, ବରଂ ଏକ କୌଶଳଗତ ଭାଗୀଦାର ଉଚ୍ଚ ପ୍ରଯୁକ୍ତି, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ହୋଇଥିବା ସହଯୋଗ ଭବିଷ୍ୟତର ଭାରତକୁ ଅଧିକ ଶକ୍ତିଶାଳୀ କରିବାର ମାର୍ଗ ପ୍ରସ୍ତୁତ କରିଛି|
ରୁଷ ସହ ପାରମ୍ପରିକ ମିତ୍ରତାର ସନ୍ତୁଳନ :ଭାରତର ବୈଦେଶିକ ନୀତିର ସବୁଠାରୁ ବଡ଼ ସଫଳତା ହେଉଛି ତାହାର ସନ୍ତୁଳିତ ଆଭିମୁଖ୍ୟ ଏକ ପଟେ ଭାରତ ଆମେରିକା ସହ ସମ୍ପର୍କକୁ ମଜବୁତ କରିଛି, ଅନ୍ୟ ପଟେ ରୁଷ ସହ ପାରମ୍ପରିକ ମିତ୍ରତାକୁ ମଧ୍ୟ ଅକ୍ଷୁଣ୍ଣ ରଖିଛି |
ରୁଷ-ଯୁକ୍ରେନ ଯୁଦ୍ଧ ସମୟରେ ଭାରତ କୌଣସି ଶିବିରରେ ନ ରହି ନିଜ ଜାତୀୟ ସ୍ବାର୍ଥ ଓ ବିଶ୍ବ ଶାଢିର ପକ୍ଷରେ ଏକ ସନ୍ତୁଳିତ ଭୂମିକା ଗ୍ରହଣ କରିଥିଲା। ଏହା ଭାରତର ସ୍ବାଧୀନ ଓ ପରିପକ୍ବ ବୈଦେଶିକ ନୀତିର ପ୍ରତୀକ
ଚୀନକୁ ନେଇ ଦୃଢ଼ ଆଭିମୁଖ୍ୟ :ଗଲୱାନ ଘଟଣା ପରେ ଭାରତ ଚୀନ ସମ୍ମୁଖରେ ନିଜର ଦୃଢ଼ ସ୍ଥିତି ପ୍ରଦର୍ଶନ କରିଛି। ସୀମା ସୁରକ୍ଷାରେ ଅଧିକ ବିନିଯୋଗ, ସଡ଼କ ଓ ଭିତ୍ତିଭୂମିର ବିକାଶ, ସେନାର ଆଧୁନିକୀକରଣ ଏବଂ କୂଟନୈତିକ ସ୍ତରରେ ଚୀନ ସହ ସ୍ପଷ୍ଟ ସଂଳାପ ଭାରତର ଜାତୀୟ ସୁରକ୍ଷାକୁ ମଜବୁତ କରିଛି |
ଭାରତ ଏହା ସ୍ପଷ୍ଟ କରିଦେଇଛି ଯେ ଶାନ୍ତି ଓ ସହଯୋଗର ପକ୍ଷପାତୀ ହେଲେ ମଧ୍ୟ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ସହ କୌଣସି ପ୍ରକାର ସମଝୋତା କରାଯିବ ନାହିଁ ।
ମଧ୍ୟପ୍ରାଚ୍ୟରେ ଭାରତର କୂଟନୈତିକ ଚମତ୍କାର :ଗତ ୧୨ ବର୍ଷରେ ଭାରତର ମଧ୍ୟପ୍ରାଚ୍ୟ ନୀତି ଏକ ଅସାଧାରଣ ସଫଳତାର କାହାଣୀ। ସୌଦି ଆରବ, ୟୁଏଇ, କତାର, ଓମାଳ ଓ ବାହାରିନ ସହ ସମ୍ପର୍କ ନୂତନ ଉଚ୍ଚତାକୁ ପହଞ୍ଚିଛି।
ୟୁଏଇ ଆଜି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଭାଗୀଦାର | ଦୁଇ ବେଶ ମଧ୍ୟରେ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତି ବାଣିଜ୍ୟକୁ ନୂତନ ଗତି ଦେଇଛି | ଇସ୍ରାଏଲ ଓ ଆରବ ଦେଶମାନଙ୍କ ସହ ସମାନ ଭାବରେ ସମ୍ପର୍କ ରଖିବା ଭାରତର କୂଟନୈତିକ ପରିପକ୍ଵତାର ଏକ ଉଜ୍ଜ୍ବଳ ଉଦାହରଣ । ଜି-୨୦ ଅଧ୍ୟକ୍ଷତା: ବିଶ୍ବ ମଞ୍ଚରେ ଭାରତର ନେତୃତ୍ବ :ଭାରତର ଜି-୨୦ ଅଧ୍ୟକ୍ଷତା ଏହି ୧୨ ବର୍ଷର ବୈଦେଶିକ ନୀତିର ସବୁଠାରୁ ଉଜ୍ଜ୍ବଳ ଅଧ୍ୟାୟ ଭାବେ ପରିଗଣିତ ହେବା "ବସୁଧୈବ କୁଟୁମ୍ବକମ୍ - ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ"ର ମନ୍ତ୍ର ସହ ଭାରତ ବିଶ୍ବକୁ ଏକତାର ସନ୍ଦେଶ ଦେଇଥିଲା |
ଜି-୨୦ ଶିଖର ସମ୍ମିଳନୀରେ ସମ୍ମତି ଘୋଷଣାପତ୍ର ଗ୍ରହଣ, ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟତା ପ୍ରଦାନ ଏବଂ ବିକାଶଶୀଳ ଦେଶମାନଙ୍କ ସ୍ବରକୁ ପ୍ରମୁଖତା ଦେବା ଭାରତର ବିଶ୍ବ ନେତୃତ୍ବର ପ୍ରମାଣ | ଗ୍ଲୋବାଲ ସାଉଥର ସ୍ଟର ଭାବେ ଭାରତ :ଆଜି ଭାରତ ବିକାଶଶୀଳ ଦେବୀମାନଙ୍କର ପ୍ରମୁଖ ପ୍ରତିନିଧି ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା, ଋଣ ସଙ୍କଟ, ଡିଜିଟାଲ ସ୍ବାସ୍ଥ୍ୟ ସେବା ପରି ପ୍ରସଙ୍ଗରେ ଭାରତ ଗ୍ଲୋବାଲ ସାଉଥର ସ୍ବରକୁ ବିଶ୍ବ ମଞ୍ଚରେ ପହଞ୍ଚାଇଛି। "Vaccine Maitri" କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଦେଶକୁ ଟିକା ଯୋଗାଇ ଭାରତ ମାନବତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା। ସାଂସ୍କୃତିକ କୂଟନୀତି ଓ ଭାରତୀୟ ସଫ୍ଟ ପାୱାର : ଯୋଗ, ଆୟୁର୍ବେଦ, ଭାରତୀୟ ସଂସ୍କୃତି, ବୌଦ୍ଧ ଐତିହ୍ୟ ଓ ପ୍ରବାସୀ ଭାରତୀୟମାନଙ୍କୁ ଭାରତର ସଫ୍ଟ ପାୱାରର ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି । ଜାତିସଂଘ ଦ୍ବାରା ୨୧ ଜୁନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ସ୍ବୀକୃତି ମିଳିବା ଭାରତର ସାଂସ୍କୃତିକ କୂଟନୀତିର ଏକ ଐତିହାସିକ ସଫଳତା ଆଜି ବିଶ୍ବର କୋଟି କୋଟି ଲୋକ ଯୋଗ ଓ ଭାରତୀୟ ଜୀବନ ଦର୍ଶନକୁ ଆପଣାଇଛନ୍ତି | ପ୍ରବାସୀ ଭାରତୀୟ: ବିଶ୍ବରେ ଭାରତର ଦୂତ :ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସରକାର ନୂତନ ମାତ୍ରା ଦେଇଛି। ବିଶ୍ବର ବିଭିନ୍ନ ଦେଶରେ ବସବାସ କରୁଥିବା ଭାରତୀୟମାନେ ଆଜି ଦେଶର ଅର୍ଥନୀତି, ପ୍ରଯୁକ୍ତି ଓ ଅ କୂଟନୀତିର ଗୁରୁତ୍ବପୂର୍ଣ୍ଣ ସହଯୋଗୀ। ସଙ୍କଟ ସମୟରେ ବିଦେଶରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ଭାରତର କ୍ଷମତା ମଧ୍ୟ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ୟୁକ୍ରେନ, ସୁଦାନ ଓ ଅନ୍ୟାନ୍ୟ ସଙ୍କଟପୂର୍ଣ୍ଣ ଅଞ୍ଚଳରୁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଏହାର ପ୍ରମାଣ |
ଆର୍ଥିକ କୂଟନୀତି ବିନିଯୋଗର ନୂଆ ଦିଗନ୍ତ : ବୈଦେଶିକ ନୀତିକୁ ଆର୍ଥିକ ବିକାଶ ସହ ଯୋଡ଼ିବାରେ ମୋଦୀ ସରକାର ସଫଳ ହୋଇଛି। "Make in In-dia", "Digital India", "Startup India" "Atmanirbhar Bharat" ପରି ପଦକ୍ଷେପକୁ ବିଶ୍ବ ନିବେଶକମାନଙ୍କ ସମ୍ମୁଖରେ ସଫଳ ଭାବେ ଉପସ୍ଥାପନ କରାଯାଇଛି।
ଆଜି ଭାରତ ବିଶ୍ବର ଅନେକ କମ୍ପାନୀ ପାଇଁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳୀ। ଉତ୍ପାଦନ, ଡିଜିଟାଲ ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ଭାରତର ଆକର୍ଷଣ ବଢ଼ିଛି |
ଚ୍ୟାଲେଞ୍ଜ ମଧ୍ୟ ରହିଛି: ତଥାପି ଏହି ସଫଳତା ମଧ୍ୟରେ କିଛି ଚ୍ୟାଲେଞ୍ଜ ମଧ୍ୟ ରହିଛି | ଚୀନ ସହ ସୀମା ବିବାଦ, ପାକିସ୍ତାନ ପ୍ରେରିତ ଆତଙ୍କବାଦ, ବିଶ୍ବ ଅର୍ଥନୈତିକ ଅନିଶ୍ଚିତତା, ପଶ୍ଚିମ ଏସିଆର ଅସ୍ଥିରତା ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ଭାରତ ପାଇଁ ଚ୍ୟାଲେଞ୍ଜ ହୋଇ ରହିବା କିନ୍ତୁ ଗତ ୧୨ ବର୍ଷର ଅନୁଭବ ଦେଖାଇଛି ଯେ ଭାରତ ଏହି ଚ୍ୟାଲେଞ୍ଜଗୁଡ଼ିକୁ ସୁଯୋଗରେ ପରିଣତ କରିବାର କ୍ଷମତା ରଖେ। ଗତ ୧୨ ବର୍ଷରେ ଭାରତୀୟ ବୈଦେଶିକ ନୀତି କେବଳ ଦେଶର ସୀମାର ସୁରକ୍ଷା କିମ୍ବା କୂଟନୈତିକ ସମ୍ପର୍କର ବିସ୍ତାର ମଧ୍ୟରେ ସୀମିତ ରହିନାହିଁ। ଏହା ଭାରତର ଆତ୍ମବିଶ୍ବାସ, ସଭ୍ୟତାଗତ ଚେତନା, ଆର୍ଥିକ ଆକାଂକ୍ଷା ଓ ବିଶ୍ବ ନେତୃତ୍ବର ପ୍ରତିଫଳନ ହୋଇଉଠିଛି । ଆଜି ବିଶ୍ବର କୌଣସି ବଡ଼ ସମସ୍ୟାର ସମାଧାନ ଭାରତକୁ ବାଦ ଦେଇ କଳ୍ପନା କରାଯାଇପାରେ ନାହିଁ । ଜଳବାୟୁ ପରିବର୍ତ୍ତନ ହେଉ କି ବିଶ୍ବ ଶାନ୍ତି, ଉର୍ଜା ସୁରକ୍ଷା ହେଉ କି ଡିଜିଟାଲ ପରିବର୍ତ୍ତନ ସବୁ କ୍ଷେତ୍ରରେ ଭାରତ ଏକ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛି |
ଏହି ୧୨ ବର୍ଷର ଯାତ୍ରା ପ୍ରମାଣ କରିଛି ଯେ ଭାରତ ଆଉ କେବଳ ବିଶ୍ବ ରାଜନୀତିର ଦର୍ଶକ ନୁହେଁ; ବରଂ ଏହାର ଏକ ପ୍ରଭାବଶାଳୀ ନିର୍ମାତା| ବିଶ୍ବ ଦରବାରରେ ଭାରତୀୟ ବୈଦେଶିକ ନୀତିର ଏହି ବିଜୟଗାଥା ଆଗାମୀ ଦଶନ୍ଧିରେ ଏକ ବିକଶିତ, ସଶକ୍ତ ଓ ବିଶ୍ବନେତୃତ୍ବ ସମ୍ପନ୍ନ ଭାରତ ଗଢ଼ିବାର ଭିତ୍ତିପ୍ରସ୍ତର ହୋଇ ରହିବ|
ଭାରତ ଏକ ସଭ୍ୟତା, ଏକ ସଂସ୍କୃତି ଏବଂ ଏକ ଉଦୀୟମାନ ବିଶ୍ବଶକ୍ତି। ସ୍ବାଧୀନତା ପରଠାରୁ ଦେଶର ବୈଦେଶିକ ନୀତି ବିଭିନ୍ନ ପର୍ଯ୍ୟାୟ ଦେଇ ଅଗ୍ରସର ହୋଇଛି | କିନ୍ତୁ ଗତ ୧୨ ବର୍ଷ ମଧ୍ୟରେ ଭାରତର ବୈଦେଶିକ ନୀତି ଯେପରି ନୂତନ ଉଚ୍ଚତାକୁ ସ୍ପର୍ଶ କରିଛି, ତାହା କେବଳ ଦେଶର କୂଟନୈତିକ ଇତିହାସରେ ନୁହେଁ, ବରଂ ବିଶ୍ବ ରାଜନୀତିରେ ମଧ୍ୟ ଏକ ଉଲ୍ଲେଖନୀୟ ଅଧ୍ୟାୟ ଭାବେ ପରିଗଣିତ ହେବା ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦାୟିତ୍ଵ ଗ୍ରହଣ ପରଠାରୁ ଭାରତୀୟ ବୈଦେଶିକ ନୀତି ଏକ ନୂତନ ଆତ୍ମବିଶ୍ବାସ, ଦୃଢ଼ତା ଓ ବ୍ୟବହାରିକତାର ପରିଚୟ ଦେଇଛି।
ଆଜି ଭାରତ କେବଳ ଏକ ଆଞ୍ଚଳିକ ଶକ୍ତି ନୁହେଁ, ବରଂ ବିଶ୍ବସ୍ତରରେ ଏକ ନିର୍ଣ୍ଣାୟକ ସ୍ବର | ଆନ୍ତର୍ଜାତିକ ମଞ୍ଚରେ ଭାରତର ଉପସ୍ଥିତି, ନେତୃତ୍ବ ଓ ପ୍ରଭାବ ବିଶ୍ବର ବଡ଼ ବଡ଼ ରାଷ୍ଟ୍ରମାନଙ୍କୁ ମଧ୍ୟ ନୂତନ ଭାବେ ଭାରତକୁ ଦେଖିବାକୁ ବାଧ୍ୟ କରିଛି | ଏହି ୧୨ ବର୍ଷର ଯାତ୍ରା କେବଳ ବିଦେଶ ଗସ୍ତ, ଚୁକ୍ତି କିମ୍ବା କୂଟନୈତିକ ଘୋଷଣାର ଇତିହାସ ନୁହେଁ; ଏହା ହେଉଛି ଏକ ଆତ୍ମନିର୍ଭର, ଆତ୍ମବିଶ୍ବାସୀ ଓ ବିଶ୍ବଗୁରୁ ଭାରତ ଗଢ଼ିବାର ସଫଳ ପ୍ରୟାସ |
ପଡ଼ୋଶୀ ପ୍ରଥମ ନୀତି: ଆଞ୍ଚଳିକ ସମ୍ପର୍କର ନୂଆ ଅଧ୍ୟାୟ:ମୋଦୀ ସରକାର ଦାୟିତ୍ବ ଗ୍ରହଣ କରିବା ଦିନଠାରୁ "ପଡ଼ୋଶୀ ପ୍ରଥମ" ନୀତିକୁ ଗୁରୁତ୍ବ ଦେଇଆସିଛି| ଶପଥ ଗ୍ରହଣ ଉତ୍ସବକୁ ସାର୍କ ଦେଶମାନଙ୍କ ନେତାଙ୍କୁ ଆମନ୍ତ୍ରଣ କରିବା ଏହାର ପ୍ରଥମ ସୂଚନା ଥିଲା| ବାଂଲାଦେଶ ସହିତ ସୀମା ଚୁକ୍ତିର ସମାଧାନ, ନେପାଳ ସହ ଯୋଗାଯୋଗ ବୃଦ୍ଧି, ଭୁଟାନ ସହ କୌଶଳଗତ ସହଯୋଗ, ଶ୍ରୀଲଙ୍କା ସହ ସମୁଦ୍ର ସୁରକ୍ଷା ସମ୍ପର୍କ ଏବଂ ମାଳଦୀପ ସହ ବିକାଶମୂଳକ ସହଭାଗିତା ଭାରତର ଆଞ୍ଚଳିକ କୂଟନୀତିକୁ ନୂତନ ଶକ୍ତି ଦେଇଛି।
ଚୀନର ବୃଦ୍ଧିଶୀଳ ପ୍ରଭାବ ମଧ୍ୟରେ ଭାରତ ନିଜର ପଡ଼ୋଶୀ ଦେଶମାନଙ୍କ ସହ ବିଶ୍ବାସ ଓ ବିକାଶର ଭିତ୍ତିରେ ସମ୍ପର୍କକୁ ଆଗକୁ ବଢ଼ାଇଛି| ଆଜି ଦକ୍ଷିଣ ଏସିଆରେ ଭାରତର ନେତୃତ୍ବ ଅଧିକ ସୁଦୃଢ଼ ହୋଇପାରିଛି |
Don't miss out on exclusive news related to Shree Jagannath Culture
Subscribe to our Newsletter
Postal Registration No.- PURI/45/2022-24
CBC Code No.- 320402
Copyright ©2023 . Shree Shrikhetra Soochana Newspaper, All Rights Reserved.
Rajesh Kumar Mohanty
(Editor & Publisher)
Shree Shrikshetra Soochana Newspaper
Raghunath Bhavan, Narendra Kona
Puri, 752001, Odisha, India
Contact


RNI Registration No.- ODIBIL/2021/81452
