୪.୫ କୋଟି ଓଡ଼ିଆଙ୍କ ପ୍ରାଣର ଦେବତାଙ୍କ ପରମ୍ପରାକୁ ଅବମାନନା କେତେଦିନ ଆଉ ସହିବା ?
EDITORIAL
ରାଜେଶ କୁମାର ମହାନ୍ତି
6/5/20261 min read


ଏପରି ପରିପ୍ରେକ୍ଷ୍ୟରେ, ଅନେକ ସମୟରେ ଏହାକୁ ନେଇ ଆପତ୍ତା ଉଠିଛି ଯେ କିଛି ସ୍ଥାନରେ ଇସ୍କନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ଶ୍ରୀମନ୍ଦିରର ପାରମ୍ପରିକ ତିଥି ପରିବର୍ତ୍ତେ ସଂଗଠନଗତ ସୁବିଧା ଅନୁଯାୟୀ ଆୟୋଜନ କରାଯାଉଛି। ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ପ୍ରେମୀ, ମୁକ୍ତିମଣ୍ଡପ ପଣ୍ଡିତ, ସେବାୟତ ସମାଜ ଓ ଅନେକ ଧାର୍ମିକ ସଂଗଠନ ଗଭୀର ଉଦ୍ବେଗ ପ୍ରକାଶ କରିଆସୁଛନ୍ତି | ସେମାନଙ୍କର ମତ ହେଉଛି, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର କରିବାକୁ ହେଲେ ପ୍ରଥମେ ତାହାର ଶାସ୍ତ୍ରସମ୍ମତ ମର୍ଯ୍ୟାଦାକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ|
ଯଦି କୌଣସି ସଂସ୍ଥା ମହାପ୍ରଭୁଙ୍କ ନାମରେ ବିଶ୍ବବ୍ୟାପୀ ପ୍ରଚାର କରେ, ତେବେ ଶ୍ରୀମନ୍ଦିରର ପ୍ରତିଷ୍ଠିତ ପରମ୍ପରା, ଶାସ୍ତ୍ର ଓ ତିଥିକୁ ସମ୍ମାନ ଦେବା ତାହାର ନୈତିକ ଦାୟିତ୍ବ। ପରମ୍ପରାକୁ ପରିବର୍ତନ୍ନ କରି ତାହାକୁ ଶ୍ରୀଜଗନ୍ନାଥ ସଂସ୍କୃତିର ଅଂଶ ବୋଲି ଉପସ୍ଥାପନ କରିବା ସ୍ବାଭାବିକ ଭାବରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି କରେ |
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଓ ଅନ୍ୟାନ୍ୟ ପରମ୍ପରାର ରକ୍ଷକମାନଙ୍କ ପକ୍ଷରୁ ସମୟ ସମୟରେ ଯେଉଁ ପରାମର୍ଶ କିମ୍ବା ଆପତ୍ତି ଉଠାଯାଇଛି, ସେଗୁଡ଼ିକୁ ଗୁରୁତ୍ବର ସହ ବିଚାର କରିବା ସମସ୍ତ ସମ୍ପୃକ୍ତ ସଂସ୍ଥାର କର୍ଭବ୍ୟା ଧାର୍ମିକ ପରମ୍ପରା ସମ୍ପର୍କିତ ମତଭେଦର ସମାଧାନ ସଂଳାପ, ଶାସ୍ତ୍ର ଓ ପରମ୍ପରାର ଆଧାରରେ ହେବା ଉଚିତ
ଆଜି ଆବଶ୍ୟକତା ହେଉଛି ଓଡ଼ିଆ ସମାଜ ଏକ ସ୍ବରରେ ଶ୍ରୀଜଗନ୍ନାଥଙ୍କ ମୂଳ ପରମ୍ପରାର ସୁରକ୍ଷା ପାଇଁ ସଚେତନ ହେଉ| ଭକ୍ତମାନେ ଶ୍ରୀମନ୍ଦିରର ପ୍ରଚଳିତ ଶାସ୍ତ୍ରସମ୍ମତ ତିଥି ଓ ନୀତିକୁ ଅନୁସରଣ କରନ୍ତୁ ଏବଂ କୌଣସି ବିଭ୍ରାତ୍ତିରୁ ଦୂରେ ରୁହନ୍ତୁ |
ଯଦି କୌଣସି ସଂସ୍ଥା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରତିନିଧିତ୍ବ ଦାବି କରେ, ତେବେ ସେହି ସଂସ୍ଥା ଶ୍ରୀମନ୍ଦିରର ଶାସ୍ତ୍ରସମ୍ମତ ତିଥି ଓ ପରମ୍ପରାକୁ ସମ୍ମାନ କରିବା ଉଚିତ | ଯଦି କୌଣସି ବିବାଦ ରହିଛି, ତାହାର ସମାଧାନ ପାଇଁ ଆଇନସମ୍ମତ ଓ ପ୍ରଶାସନିକ ପଦକ୍ଷେପ ନେବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦାୟିତ୍ବ
ମହାପ୍ରଭୁ ଶ୍ରୀଜଗନ୍ନାଥ କୌଣସି ସଂସ୍ଥାର ନୁହନ୍ତି; ସେ ସମଗ୍ର ଜଗତର | କିନ୍ତୁ ତାଙ୍କର ପରମ୍ପରା, ତିଥି ଓ ନୀତିକାନ୍ତି ଶାସ୍ତ୍ର ଓ ଶ୍ରୀମନ୍ଦିରର ଅବିଚ୍ଛିନ୍ନ ପରମ୍ପରା ଦ୍ବାରା ନିର୍ଦ୍ଧାରିତ ସେହି ପରମ୍ପରାର ସୁରକ୍ଷା କରିବା ୪.୫ କୋଟି ଓଡ଼ିଆଙ୍କ ଧର୍ମ, I କର୍ତ୍ତବ୍ୟ ଓ ଗୌରବ।
ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ଆରାଧ୍ୟ ଦେବତା ନୁହନ୍ତି; ସେ ୪.୫ କୋଟି ଓଡ଼ିଆଙ୍କ ଆତ୍ମା, ଆସ୍କା, ସଂସ୍କୃତି ଓ ପରିଚୟର ପ୍ରତୀକା ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିରରେ ପାଳିତ ପ୍ରତ୍ୟେକ ନୀତି, ପର୍ବ ଓ ଉତ୍ସବ କେବଳ ଆଚାର ନୁହେଁ, ବରଂ ହଜାର ହଜାର ବର୍ଷର ଶାସ୍ତ୍ରସମ୍ମତ ପରମ୍ପରାର ଜୀବନ୍ତ ରୂପ
ସ୍କନ୍ଦ ପୁରାଣର ‘ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ ଏବଂ ‘ନୀଳାଦ୍ରି ମହୋଦୟ' ଗ୍ରନ୍ଥରେ ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ବୟଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମ୍ମୁଖରେ ଘୋଷଣା କରିଥିବା ବର୍ଣ୍ଣନା ମିଳେ ଯେ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଚତୁର୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ପାଳନ କରାଯିବ ଏବଂ ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ସୂର୍ଯ୍ୟ ଓ ଚନ୍ଦ୍ର ଯେତେ ଯାଏଁ ବିଦ୍ୟମାନ ରହିବେ ସେପର୍ଯ୍ୟନ୍ତ ପାଳନ ହେବ ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଆଧାର |
ସନାତନ ଧର୍ମରେ ତିଥି ସର୍ବୋପରି | ଧାର୍ମିକ ଆଚାର ଓ ପର୍ବପର୍ବାଣୀ ସୁବିଧା, ସପ୍ତାହାନ୍ତ କିମ୍ବା ସଂଗଠନର ଅନୁକୂଳତା ଦେଖି ନୁହେଁ; ଶାସ୍ତ୍ର ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ପାଳନ କରାଯାଏ | ଏହି ପରମ୍ପରା ହିଁ ସନାତନ ଧର୍ମର ଆତ୍ମା |
Don't miss out on exclusive news related to Shree Jagannath Culture
Subscribe to our Newsletter
Postal Registration No.- PURI/45/2022-24
CBC Code No.- 320402
Copyright ©2023 . Shree Shrikhetra Soochana Newspaper, All Rights Reserved.
Rajesh Kumar Mohanty
(Editor & Publisher)
Shree Shrikshetra Soochana Newspaper
Raghunath Bhavan, Narendra Kona
Puri, 752001, Odisha, India
Contact


RNI Registration No.- ODIBIL/2021/81452
