ଆମେ ଓଡ଼ିଆ – ଐତିହ୍ୟର ଗର୍ବ, ଆଗାମୀର ଦାୟିତ୍ବ
ରାଜେଶ କୁମାର ମହାନ୍ତି
3/1/20261 min read


କିନ୍ତୁ ପ୍ରଶ୍ନ ହେଉଛି-ଆମେ ଆଜି ସେହି ଗର୍ବକୁ କେତେ ରକ୍ଷା କରୁଛୁ ? ଆଧୁନିକତାର ଏହି ଦୌଡ଼ରେ ଆମେ କେବେ କେବେ ଆମର ଭାଷାକୁ ଅବହେଳା କରୁଛୁ | ଇଂରାଜୀ ଓ ହିନ୍ଦୀର ପ୍ରଭାବରେ ଅନେକ ଯୁବ ପିଢି ଓଡ଼ିଆ ଭାଷାରୁ ଦୂରେଇ ଯାଉଛନ୍ତି | ଏହା ଏକ ଚିନ୍ତାର ବିଷୟ | ଓଡ଼ିଆ ଭାଷା କେବଳ ଏକ ଭାଷା ନୁହେଁ, ଏହା ଆମର ଆତ୍ମା | ଏହାରେ ରହିଛି ଆମର ଭାବନା, ଆମର ଇତିହାସ, ଆମର ଚେତନା | ଯଦି ଆମେ ଏହାକୁ ଅବହେଳା କରିବା, ତେବେ ଆମର ଅସ୍ତିତ୍ବକୁ ମଧ୍ୟ ହାରାଇବାର ସମ୍ଭାବନା ରହିଛି| ଆମକୁ ଆମର ଭାଷାକୁ ଗର୍ବର ସହିତ ବ୍ୟବହାର କରିବାକୁ ହେବ-ଘରେ, ପାଠଶାଳାରେ, କାର୍ଯ୍ୟାଳୟରେ ଓ ସମାଜରେ | ଓଡ଼ିଆ ସାହିତ୍ୟକୁ ପଢିବା, ଓଡ଼ିଆ ସଂସ୍କୃତିକୁ ଅନୁସରଣ କରିବା, ଓଡ଼ିଆ ପରମ୍ପରାକୁ ପ୍ରଚାର କରିବା ଏହା ଆମର ଦାୟିତ୍ଵ | ଉତ୍କଳ ଦିବସ ଆମକୁ ଏକ ଅବସର ଦେଉଛି ଆମର ଗତକାଳକୁ ସ୍ମରଣ କରିବା ପାଇଁ, ବର୍ତ୍ତମାନକୁ ମୂଲ୍ୟାଙ୍କନ କରିବା ପାଇଁ, ଏବଂ ଭବିଷ୍ୟତକୁ ଗଢିବା ପାଇଁ | ଆମକୁ ଆମର ପୂର୍ବଜଙ୍କର ସଂଘର୍ଷକୁ ମନେ ପକାଇ ଆଗକୁ ବଢିବାକୁ ହେବ |
ଆଜିର ଦିନରେ ଆମେ ଯଦି ଏକ ପ୍ରତିଜ୍ଞା ନେବା— ଯେ ଆମେ ଓଡ଼ିଆ ଭାଷାକୁ ସମ୍ମାନ କରିବା, ଆମର ସଂସ୍କୃତିକୁ ସୁରକ୍ଷିତ ରଖିବା, ଏବଂ ଆମର ରାଜ୍ୟକୁ ଉନ୍ନତିର ଶିଖରକୁ ନେବା— ତେବେ ସେହିଥିବା ହେବ ଉତ୍କଳ ଦିବସର ସତ୍ୟ ସାର୍ଥକତା | ଆମେ ଓଡ଼ିଆ– ଏହା କେବଳ ଏକ ପରିଚୟ ନୁହେଁ, ଏହା ଏକ ଗର୍ବ, ଏକ ଦାୟିତ୍ବ, ଏବଂ ଏକ ଅଙ୍ଗୀକାର | ଆସନ୍ତୁ, ଏହି ଉତ୍କଳ ଦିବସରେ ଆମେ ସମସ୍ତେ ମିଶି ଏହି ଗର୍ବକୁ ଅନୁଭବ କରିବା ଓ ଏହାକୁ ଆଗକୁ ବଢାଇବା|
ଜୟ ଜଗନ୍ନାଥ
ଜୟ ଉତ୍କଳ
ଜୟ ଓଡ଼ିଆ ମାଟି
ପ୍ରତିବର୍ଷ ଏପ୍ରିଲ ୧ ତାରିଖ ଆସିଲେ, ଓଡ଼ିଶାର ପ୍ରତ୍ୟେକ ମନ, ପ୍ରତ୍ୟେକ ଘର, ପ୍ରତ୍ୟେକ ରାସ୍ତାରେ ଏକ ଅଲଗା ଉତ୍ସାହନ ଦେଖାଯାଏ। ଏହି ଦିନଟି କେବଳ ଏକ ରାଜ୍ୟ ଗଠନ ଦିବସ ନୁହେଁ, ଏହା ଓଡ଼ିଆ ଅସ୍ତିତ୍ବର ଗର୍ବ, ସଂସ୍କୃତିର ସ୍ଵାଭିମାନ ଓ ଐତିହାର ଏକ ଉଜ୍ଜ୍ଵଳ ପରିଚୟ ଉତ୍କଳ ଦିବସ ଆମକୁ ସ୍ମରଣ କରାଏ ଯେ, ଏହି ମାଟିର ପ୍ରତ୍ୟେକ କଣିକାରେ ରହିଛି ସଂଘର୍ଷ, ତ୍ୟାଗ, ଓ ଗର୍ବର ଏକ ଅମୂଲ୍ୟ ଗାଥା
୧୯୩୬ ମସିହାରେ ଭାଷା ଆଧାରିତ ରାଜ୍ୟ ଭାବେ ଓଡ଼ିଶାର ଗଠନ ଭାରତର ଇତିହାସରେ ଏକ ମାଇଲସ୍ତୋନ ଥିଲା | ଏହା କେବଳ ଭୂଗୋଳିକ ସୀମା ନୁହେଁ, ଏହା ଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଏକ ନୂତନ ପରିଚୟା ଏହି ସଂଘର୍ଷରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ଫକୀରମୋହନ ସେନାପତି ଭଳି ଅନେକ ମହାନ ବ୍ୟକ୍ତିତ୍ବଙ୍କର ଅସାଧାରଣ ଅବଦାନ ରହିଛି।
ଓଡ଼ିଆ ଭାବେ ଆମର ଗର୍ବ କେବଳ ଆମର ଇତିହାସରେ ନୁହେଁ, ଆମର ସଂସ୍କୃତିରେ ମଧ୍ୟ ଗାଢ଼ ଭାବେ ରହିଛି। ଶ୍ରୀ ଜଗନ୍ନାଥ ସଂସ୍କୃତି, ରଥଯାତ୍ରା, ପଟଚିତ୍ର, ଓଡ଼ିଶୀ ନୃତ୍ୟ, ମହାପ୍ରସାଦ, ଏବଂ ଆମର ପର୍ବପର୍ବାଣୀ-ଏସବୁ ଆମର ପରିଚୟକୁ ବିଶ୍ଵ ମଞ୍ଚରେ ଉଜ୍ଜ୍ଵଳ କରିଛି। ଏହା ଆମକୁ କେବଳ ଗର୍ବିତ କରେ ନୁହେଁ, ଆମକୁ ଆମର ମୂଳ ସହିତ ଯୋଡ଼ି ରଖେ।
Don't miss out on exclusive news related to Shree Jagannath Culture
Subscribe to our Newsletter
Postal Registration No.- PURI/45/2022-24
CBC Code No.- 320402
Copyright ©2023 . Shree Shrikhetra Soochana Newspaper, All Rights Reserved.
Rajesh Kumar Mohanty
(Editor & Publisher)
Shree Shrikshetra Soochana Newspaper
Raghunath Bhavan, Narendra Kona
Puri, 752001, Odisha, India
Contact


RNI Registration No.- ODIBIL/2021/81452
